ଜନମ ମାଟି ମୋ ଉତ୍କଳ ପ୍ରଦେଶ
ତା ସୁନ୍ଦର ରୂପ ର ନାହିଁ ଅବଶେଷ
ଏ ମାଟି ବାସ୍ନା ଯେ କେତେ ସୁମଧୁର
ପାଏନା ଖୋଈ ମେ ରହସ୍ୟ ଯେ ତାର |1|
କେତେ ବୀର ସନ୍ତାନ ଜନ୍ମ ଦେଇଛି ସେ
କେତେ ଲହୁ ଲୁହ ସାକ୍ଷୀ ରହିଛି ସେ
ବାଜି ରାଉତ ର ଜୀବନ ଦାନ ଓ
ରାଜଗୁରୁ ର ସେ ଦୃଢ ଅଭାଷଣ
ସୁବର୍ଣ୍ଣ ଅକ୍ଷରେ ଲେଖି ଯାଇଛି ସେ |2|
ମଧୁସୂଦନ ଆଉ ଫକୀରମୋହନ
ଏ ମାଟି ପାଇଁ ସେ ଦେଲେ ସିନା ପ୍ରାଣ
ଆଜି ବି ସେ ଦୃଢ ପ୍ରତିଜ୍ଞା ପାଇଁ ଯେ
ଜାଗ୍ରତ ଅଛି ସେ ଓଡ଼ିଆ ସନ୍ତାନ |3|
ନୂଆ ଭାଷା ଆଉ ନୂଆ ପୋଷାକ ରେ
ହଜିଯାଇଛି ସେ ମାଟି ମା ପାଇଁ ଆଦର
ଡାକ ଦଉଛି ସେ ଉତ୍କଳ ଜନନୀ
କରିବାକୁ ତାର ପୁନର ଉଦ୍ଧାର |4|
ଏ ଉତ୍କଳ ଜନନୀ ମୋ ଜନ୍ମ ମାଟି ସେ
କହୁଛି ଆଜି ତା ବୀର ସନ୍ତାନ କୁ
ଏକତା ର ଡାକ ଡାକି ଚାଲିଛି ସେ
ଫେରଇ ଆଣ ସେ ଅତୀତ ଗାରିମା କୁ |5|
ଗର୍ବ ଆଉ ଗୌରବ ଓଡିଶା ମାଟି ମୋ
କୋଟି କୋଟି ନମସ୍କାର
ଏ ଉତ୍କଳ ଭୂମି ରେ ଜନ୍ମ ଦେଲୁ ତୁ
ଧନ୍ୟ ଏ ଜୀବନ ମୋର |6|
ଅନିନ୍ଦ୍ୱିତା ରଥ
(Proud Odia)
No responses yet