ଜୀବନ ସମୁଦ୍ର

ଜୀବନ ତା କେବେ କେବେ ଲାଗେ

ଗଭୀର  ସମୁଦ୍ର ଭିତରେ
ଭାସୁଥିବା ସେ ଦଙ୍ଗା ପରି

ସମୁଦ୍ର ର ଭୀଷଣ ଗର୍ଜନ ଆଉ ସେ ଅମାପ ପାଣି ରେ ବି

ଧର୍ଯ୍ୟ ଆଉ ସାହସ ର ମୂର୍ତି ହେଇ ଠିଆ ହେଇଚି………

ସମୁଦ୍ର ର ସେ ଆତଙ୍କିତ  ରୂପ ଆଉ ମନ୍ତ୍ରମୁଢ଼ ସୁନ୍ଦରତା କୁ

ପ୍ରତି ଟି ମୁହୂର୍ତ ରେ ନିଜର କରି ନେଇଛି.

ଅନନ୍ତ ସମୁଦ୍ର ରେ ବିଶାଳ  ଢେଉ ଭତରେ

ଲକ୍ଷ ରେ ପହଂଚିବାକୁ ବଢି ଚାଲିଛି……….

କେବେ କେବେ ସେ ଭାବନା ଭଉଁରୀ ଭିତରେ

ପଶିଯାଇ ଖୋଜୁଛି ବଂଚିବାର ରାସ୍ତା ..

ପୁଣି ଖୋଜି ପାଉଛି ସେ କୁଟା ଖଣ୍ଡି ର ସାହାରା

ଜୀବନ ବଂଚିବାକୁ ଆଶା ମିଳି ଯାଉଛି……….

ସେ ଅଦୃଶ୍ୟ ଲକ୍ଷ୍ୟ ପାଇଁ ଖୋଜି ବୁଲୁଚି ରାସ୍ତା

ଖୋଜୁଛି ସତ ଆଉ ମିଛ ଭିତର ର ଅନ୍ତର

ଚାଲିଛି ସବୁ ବଡାହ 
କୁ ପଛରେ ପକେଇ

ଏ ନିର୍ଦୟୀ ଜୀବନକୁ କୋଳେଇ ନେଇଛି ……

ଅନିନ୍ଦ୍ୱିତା ରଥ

Tags:

No responses yet

Leave a Reply

Your email address will not be published. Required fields are marked *

Latest Comments