ଚାହିଁ ବସିଥିଲି ସେ ନୀଳ ସମୁଦ୍ର କୁ
ଖୋଜୁଥିଲି କିଛି ପ୍ରଶ୍ନ ର ଉତ୍ତର ..
ଭୁଲିବାକୁ ଚେଷ୍ଟା କରୁଥିଲି ଅଭୁଲା ସ୍ମୃତି କୁ
ଯୋଡିବାକୁ ଚେଷ୍ଟା କରୁଥିଲି ସେ ଭାଙ୍ଗିଯାଇଥିବା ସ୍ବପ୍ନ ର ଘର .
ବୁଝିବାକୁ ଚେଷ୍ଟା କରୁଥିଲି ଜୀବନ କୁ..
ଅଙ୍କିବାକୁ ଚେଷ୍ଟା କରୁଥିଲି ଗୋଟେ ନୂଆ ଭବିଷ୍ୟତ ର ଆଧାର.
ସେ ନିସ୍ତବ୍ଧ ରାତି ରେ ସମୁଦ୍ର ର ସେ ଢେଉ ଗର୍ଜନ ..
ଏକ ଭିନ୍ନ ମାଦକତା ଭରିଥିବା ସେ ଶୀତଳ ପବନ ..
କହିଗଲା ମୋ କାନ ରେ କେହି ଜଣେ ..
ବଂଚିବାକୁ ଅଛି ତତେ ତୋର ବାକି ଜୀବନ .
ଖୋଜିବାକୁ ଅଛି ତତେ ନୂଆ ଆଶା ର କିରଣ ..
ନିର୍ଭୟ ହୋଇ ଚାଲିବାକୁ ପଡିବ ତତେ…
ଗଢିବାକୁ ଏକ ସୁନ୍ଦର ଭବିଷ୍ୟତ..
ଚାଲିବାକୁ ଅଛି ଆହୁରି ଅନେକ ବାଟ .
ପାଇବାକୁ ତୋ ଜୀବନ ର ଲକ୍ଷ .
ଜୀବନ ସମୁଦ୍ର ର ଏ ଅସରନ୍ତି ବେଳାଭୂମି ରେ .
ଖୋଜି ପାଇବୁ ତୁ ସେ ସୁଖ ର ସୁନ୍ଦର ଶାମୁକା କୁ..
ଖୋଜି ପାଇବୁ ତୁ ତୋ ନିଜର ଏକ ସୁନ୍ଦର ଅସ୍ତିତ୍ବ କୁ
ଜୀବନ ର ଏଇ କଠିନ ମୁହୂର୍ତ ରେ .
ଅନିନ୍ଦ୍ୱିତା ରଥ
No responses yet