ହଁ ଆଜି କଲି ନାରୀବାଦୀ ଭଳି
ଜଉ ଶବ୍ଦ ଟା ଶୁଣିବାକୁ ମିଳୁଛି.
ଯେମିତି କିଛି ନୂଆ ନୂଆ ଲାଗୁଚି.
ସେ ଶବ୍ଦ ର ମହତ୍ୱ ବୁଝିବାକୁ ଡେରି ହେଲା
କିନ୍ତୁ କିଛି ପରିସ୍ଥିତି ର ନୂଆ ଧାରା ବୁଝିଛି.
କିଛି ଲୋକଙ୍କର ଚିନ୍ତାଧାରା ସ୍ପଷ୍ଟ ଦିଶୁଚି.
ଆଜି ର ନାରୀ , ଏହି ନାରୀବାଦ କୁ ନେଇ
ଗର୍ବ ର ସହ ତାର ହକ ପାଇଁ ଠିଆ ହେଇଚି.
ସମାଜ କୁ ଆଖି ଉତେଇ
ଦେଖିବାକୁ ସାହସ କରୁଛି !
କିନ୍ତୁ ସମାଜ ର ସେଇ ଲୋକ
ଯିଏ ନାରୀବାଦ କୁ ନେଇ ପ୍ରଶ୍ନ କରୁଛି.
ସେ କେବଳ ନାରୀ ଆଉ ପୁରୁଷ ର
ସମାନତା କୁ ନେଇ କ୍ରୋଧ ପ୍ରକାଶ କରୁଛି.!
କାହିଁକି ନା.
ସେଇ ସମାଜ ର ଆଖି ଖୋଲିବା ପାଇଁ ସ୍ତ୍ରୀ
ନାରୀବାଦ ଭଳି ଶବ୍ଦ ର ସାହାରା ନଉଚି.
କାହିଁକି ନା
ସବୁ ମୁହୂର୍ତ ରେ ତାକୁ ତ ସାମର୍ଥ୍ୟ ର
ପ୍ରମାଣ ଦେବାକୁ ପଡୁଛି.
ସୀତା ଆଉ ସତୀ , ସାବିତ୍ରୀ ର କଥା
କାହିଁ କାଉ କାଳ ରୁ ଶୁଣି ଆସୁଛି.
ସେମାନଙ୍କର ତ୍ୟାଗ ଆଉ ବଳିଦାନ
ର କାହାଣୀ ପଡି ଆସୁଛି.
କିନ୍ତୁ ଆଜି ସେ ସମାଜ କୁ
ଗୋଟେ ପ୍ରଶ୍ନ ର ଉତ୍ତର ପଚାରୁଛି.
ଯେଉଁ କଷ୍ଟ ଆଉ ବଳିଦାନ ର ଉଦାହରଣ
ସ୍ତ୍ରୀ ଯୁଗ ଯୁଗ ରୁ ଦେଇ ଆସୁଛି
ଆଉ ଆଜି ଯଦି ସେ ସ୍ତ୍ରୀ ବଦଳ ରେ
ନିଜର ଆତ୍ମା ସଂମାନ ପାଇଁ ଠିଆ ହେଇଚଛି. କଣ କିଛି ଭୁଲ କରିଛି !
ସେ ନିଃସ୍ୱାର୍ଥ ଜୀବନ ବଂଚି ବଂଚି
ସେ ବି ଆଜି ଥକି ଯାଇଛି
ଆଉ କିଛି ନାଇଁ
ସମାଜ ଆଖି ରେ ଟିକେ ସନମାନ ଚାହୁଁଚି..
ଅନିନ୍ଦ୍ୱିତା ରଥ
No responses yet