ଆହା କି  ସୁନ୍ଦର ଚକା ଆଖି  ତୋର .
ସେ କଳା ଶ୍ରୀମୁଖେ .ତୋ ନାଲି ଅଧର.

ନଟଖଟିଆ ତୁ କାଳିଆ ନାଗର.
ତୋ ଲୀଳା ପରା ଏ ଦୁନିୟା ସଂସାର  .|୧|

ବଡ ଦାଣ୍ଡେ ଆଜି ଚହଳ ପଡିଛି.
ରଥେ ବସି ଆଜି କାଳିଆ ଆସୁଛି.

ଭକତ ନାଥ ତୁ ଆହେ ଜଗନ୍ନାଥ
ଭକ୍ତ ପ୍ରେମ ତତେ ବଇଆ କରିଛି  .|୨|

କି ସୁନ୍ଦର ମୁହଁ କି ସୁନ୍ଦର ରଥ.
ଦେଖି ଦେଖି ମନ ପୂରେନି,

ଏ ଗରିବ ଭକ୍ତ ର ଡାକ ଶୁଣିଲୁ ତୁ.
ଖୁସି ରେ ପାଗଳ ହେଲିଣି . |୩|

ଜାଣିନି ମୁ ଭକ୍ତି କିବା ମୋର ଶକ୍ତି.
କି କରିବି ତୋର ଅର୍ଚନା

ତୁମପାଦ ତଳେ ଆଶ୍ରୟ ଟିକିଏ .
ଏତିକି ମୋହର ପ୍ରାର୍ଥନା |୪|

ଅନିନ୍ଦ୍ୱିତା ରଥ

Tags:

No responses yet

Leave a Reply

Your email address will not be published. Required fields are marked *

Latest Comments