ଉଦ୍ଧାରିବ କି ହେ ପ୍ରଭୁ ଜଗନ୍ନାଥ,
ସଂସାର ଜଞ୍ଜାଳେ ଥକି ଗଲା ଏ ଭକତ ||
ତୁମରି ଆଶ୍ରାରେ କାଟୁଛି ଜୀବନ,
ତୋ ଡାକରାକୁ ପରା, ଅନେଇ ହୃଦୟ ଧନ ||
ଆସିଲୁ ଆଜି ଶୋଭା ବାଜ ହେଇ,
ସୁନା ଅଳଙ୍କାରେ ରହିଲୁ ତୁ ମଣ୍ଡେଇ ||
ତୋ ଚକା ନୟନ ଦେଖି ମିଳିଲା ମୋକ୍ଷ,
ମନୁଷ୍ୟ ଜୀବନ ହେଲା ସାର୍ଥକ ଶେଷ ||
ତୋ ଦୟା ଦୃଷ୍ଟି ଥାଉ ଏ ଅଭାଗୀ ଉପରେ,
ତୋ ନାମ ଜପି ଜପି ଜୀବନ ଯାଉରେ ||
ଜୟ ଜଗନ୍ନାଥ
ଅନିନ୍ଦ୍ୱିତା ରଥ
No responses yet