ଖୋଜି ବସିଲି ମୁ ପୁଣି ତମକୁ ସେ ସ୍ମୃତି ର ମରୁଭୂମି ରେ
ଖୋଜି ବସିଲି ମୁ ପୁଣି ତୁମକୁ ଭାଙ୍ଗିଯାଇଥିବା ମନ ର ପ୍ରତିଟି ଖଣ୍ଡ ରେ.
ଭଲ ପାଇଥିଲି ଗୋଟେ ଅବାସ୍ତବ ସ୍ବପ୍ନ କୁ
ଭଲ ପାଇଥିଲି ଗୋଟେ ସୁନ୍ଦର ମରୀଚିକା କୁ..
ଭାବିଥିଲି କରିବି ଗୋଟେ ସ୍ବପ୍ନ ର ଘର ..
ଭାବିଥିଲି ବଞ୍ଚିବି ମୁ ଗୋଟେ ପାଗଳ ୍ରେମିକାର ଜୀବନ ..
ଏବେ ବି ରଖିଛି ସାଇତି ତୁମ ପ୍ରତି ଟି ସ୍ମୃତି..
କେମିତି ଭୁଲିବି ତୁମେ ଛାଡି ଚାଲିଯିବା ଦୁଃଖରେ ବିତିଥିବା ସବୁ ରାତି..
ଏବେ ବି ଇଛା ହୁଏ ପୁଣି ଫେରିଯିବା କୁ ସେ ଦିନ କୁ.
ଇଛା ହୁଏ ଭୁଲିଯିବାକୁ ସବୁ ଦୁଃଖ କୁ..
ହଜି ଯାଇଛି ମୁ ସେଇ ସୁନ୍ଦର ସ୍ମୃତି ଭିତରେ ଏବେ ବି..
ପ୍ରତି ମୁହୂର୍ତ ରେ ମନେ ହୁଏ ସେ ସବୁ ମୁ ପୁଣି ଫେରେଇ ଆଣି ପାରିବି..
ଆଜି ବି ମାନେ ପଡେ ତମ ରାଗ ,ରୁଷା ଆଉ ସେ ପ୍ରେମ ଭରା କଥା ..
ଆଜି ବି ମାନେ ପଡେ ତୁମେ ପାଖରେ ଥିଲା ବେଳେ
ତୁମ ପ୍ରତି ଟି ସ୍ପର୍ଶ ରେ ମନ ରେ ଆସୁଥିବା ସେ ଚଞ୍ଚଳତା ..
ଯେତେ ଦୁରକୁ ଗଲେ ବି ଭୁଲିପାରିବିନି ମୁ ତୁମ ସହଇ ବିତି ଥିବା ପ୍ରତି ଟି ମୁହୂର୍ତ.
ଭୁଲିପାରିବିନି ତୁମେ ଭାଙ୍ଗି ଦେଇ ଥିବା ମୋ ସୁନ୍ଦର ସ୍ବପ୍ନ ର ଅବଶେଷ ..
ଭୁଲିଗଲା ତୁମେ ସିନା ମୋ ଭଲ ପାଇବା କୁ ..
ଜୀବନ ର ଅଧା ରାସ୍ତା ରେ ଛାଡ଼ିଦେଇ ଚାଲିଗଲ ତୁମ ନୂଆ ଜୀବନ କୁ..
ଏଇ ଭଲ ପାଇବା ର ଅନୁଭବ କେତେ ସୁନ୍ଦର ବୁଝି ପରିଲନି କେବେ ..
ଅଧା ରାସ୍ତା ରେ ଛାଡି ଦେଇ ଚାଲି ଗଲ ମତେ ଏକୁଟିଆ କରି
କେମିତି ବଞ୍ଚିବି ମୁ ଏଇ ଭଙ୍ଗା ହୃଦୟ କୁ ନେଇ ଭାବୀଛ କେବେ..
ଜୀବନ ର ବାକି ମୁହୂର୍ତ ରେ ବଞ୍ଚିଯିବି ମୁ ସେ ପୁରୁଣା ସ୍ମୃତି କୁ ନେଇ .
ସଜାଡି ରଖିଥିବି ସେ ପ୍ରତିଟି ମୁହୂର୍ତ ମୋ ଶେଷ ନିଶ୍ୱାସ ଯାଏ.
ମନ ରେ ଭଲ ପାଇବା ଆଉ ଆଖି ରେ ସେ ଅଧୁରା ସ୍ବପ୍ନ କୁ ନେଇ.
…………………
ଅନିନ୍ଦ୍ୱିତା ରଥ
No responses yet